ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା !

ରଗଡ଼ି ଜେଲରେ କଏଦୀ ମୃତ !

ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ରଗଡି ସବଜେଲରେ ।ତେବେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ହୋଇଥିବା ଖବର ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ସୂଚନା ଅନୁସାରେ ଆଜି ଜେଲ ଭିତରେ ଥିବା ନବନିର୍ମାଣ ଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ମାତ୍ର ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କଏଦୀ ଜଣକ ଏକ ପୋସ୍କୋ ଆକ୍ଟ ରେ 49 ଦିନ ହେବ ବିଚାରଧୀନ ଭାବେ ରଗଡି ସବଜେଲ ରେ ଥିଲେ। ତାଙ୍କ ନାଁ ବଳରାମ ବେହେରା ହୋଇଥିବା ବେଳେ ବୟସ 29 ବୋଲି ଜଣାପଡିଛି। ଖବର ପାଇ ଯାଜପୁର ରୋଡ଼ ପୋଲିସ ମେଡିକାଲରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି। ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।