ଓଏସଏସସି ଅଧ୍ୟକ୍ଷ ଅଭୟଙ୍କ ଇସ୍ତଫା

ସୁଧାକର ବୁର୍ଗୀ ହେଲେ ଓଏସଏସସି ଅଧ୍ୟକ୍ଷ

ଓଏସଏସସି ଅଧ୍ୟକ୍ଷ ଅଭୟଙ୍କ ଇସ୍ତଫା । ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ଅଭୟ । ରାଜ୍ୟ ସରକାରଙ୍କ ତାଙ୍କ ଇସ୍ତଫାପତ୍ରକୁ ବିଚାର କରି ଏହାକୁ ମଞ୍ଜୁର କରିଛନ୍ତି । ଅଭୟଙ୍କ ସ୍ଥାନରେ ପୂର୍ବତନ ଆଇଏଏସ ସୁଧାକର ବୁର୍ଗୀଙ୍କୁ ଓଏସଏସସିର କାମଚଳା ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଓଏସଏସସିର ସଦସ୍ୟ ଅଛନ୍ତି ସୁଧାକର ବୁର୍ଗୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ପଦରେ ଦାୟିତ୍ବ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।