୧କୋଟି ୬୪ହଜାର ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା।
ମହିଳା ଦିବସରେ ମହିଳାଙ୍କୁ ସରକାରଙ୍କ ବଡ଼ ଭେଟି। ଆକାଉଣ୍ଟକୁ ଗଲା ସୁଭଦ୍ରାର ଦ୍ୱିତୀୟ କିସ୍ତି। ୫ହଜାର ଟଙ୍କା ଲେଖାଏଁ ପଠାଇଲେ ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଲେ ଶୁଭାରମ୍ଭ। ୧କୋଟି ୬୪ହଜାର ମହିଳାଙ୍କୁ ମିଳିଲା ଟଙ୍କା। ୨୫କୋଟି ୧୭ଲକ୍ଷ ୭୦ହଜାର ଟଙ୍କା ପଠାଗଲା। କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ମାଝୀ କହିଛନ୍ତି, ‘ନାରୀ ହେଉଛନ୍ତି ପ୍ରାକୃତିକ ବିନ୍ଧାଣି । ନିଜ ପୁରୁଷ ସହକର୍ମୀଙ୍କ ଠାରୁ ବି ମହିଳା ଅଧିକ ସଶକ୍ତ ହୋଇପାରିଛନ୍ତି । ଠନଠନ କରି ଆଜି ଆପଣ ମାନଙ୍କ ଆକାଉଣ୍ଟକୁ ଗଲା ଦିତ୍ୱୀୟ କିସ୍ତି ଟଙ୍କା । ୧କୋଟି ମହିଳାଙ୍କୁ ୫ହଜାର କୋଟି ମିଳିଲା । ଡବଲ ଇଞ୍ଜିନ ସରକାର କରିସ୍ମା । ୨୪ବର୍ଷ ସରକାର ତଥା ନବୀନ ସରକାର ମହିଳାଙ୍କୁ ନେଇ ସ୍ଲୋଗାନରେ ରଖିଥିଲେ । କିନ୍ତୁ ଆମ ସରକାର ମହିଳାଙ୍କୁ ସମ୍ମାନ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱନ ମହିଳା ମାନେ ଲକ୍ଷପତି ଦିଦି ହେବେ । ସୈାଭାଗ୍ୟର କଥା ଲକ୍ଷପତି ଦିଦି ସୃଷ୍ଟି କରିବାରେ ଭାରତବର୍ଷରେ ଓଡି଼ଶା ଦିତ୍ୱୀୟ ସ୍ଥାନରେ । । ଯେଉଁ ମାନେ ନିନ୍ଦୁକ ସେ ନିନ୍ଦା କରିରେ । ଆମ ସରକାର ୯ମାସ ପୂରିବାକୁ ଆହୁରି ଚାରିଦିନ ବାକି ଅଛି । କିନ୍ତୁ ଆମେ ଏହି ସମୟତରେ ଯାହା କରିଦେଖାଇଛୁ ତାହା ସହ୍ୟ କରିପାରୁନାହାନ୍ତି ।
ଆମେ ୨୪ବର୍ଷରେ ଯାହା କରିପାରିଲୁନି ମୋହନ ୯ମାସରେ କରିଦେଲେ । ୧୦ହଜାର କୋଟି ଦେଇଦେଲେ । ଆହୁରି ୪ବର୍ଷରେ ୪୦ହଜାରରୁ ଅଧିକା ଦେଇଦେବେ । ନିନ୍ଦୁକ ମାନେ ଏହାକୁ ହଜମ କରିପାରୁନାହାନ୍ତି । ବିରୋଧୀ ଦଳ ମାନଙ୍କୁ ବ୍ରହ୍ମପୁରରେ ହଜମ କରିବାକୁ ମିଳୁଥିବା ବସ୍ତୁ ବିରୋଧୀ ମାନଙ୍କୁ ଦିଅନ୍ତୁ ପ୍ରଦୀପ ବାବୁ । ୧୦୦ଟଙ୍କା ବୋନସ ନବୀନ ବାବୁ ଦେଇପାରିଥାନ୍ତେ ଲବିରେ ତାଙ୍କ ବିଧାୟକ କଥା ହେଉଛନ୍ତି ଯେ କାହିଁକି ଦେଲେ ନି । ଆପଣ ଆସୁଆସୁ ୮୦୦ଟଙ୍କା ଦେଇଦେଲେ । ତାହାକୁ ହଜମ କରିପାରୁନାହାନ୍ତି । ପ୍ରଦୀପ ବାବୁ ହଜମ ଗୋଲି ଟିକେ ତାଙ୍କୁ ଦେଇଦେବେ । ୨୪ବର୍ଷରେ ଯାହା ଆପଣ ଚିନ୍ତା କରିପାରିନଥିଲେ ଆମେ ତାହା ୯ମାସରେ କରିଦେଖାଇଛୁ । ମା ମାନଙ୍କ ମନର କଥା ଗଲା ସରକାର ବୁଝିପାରିଲେନି କିନ୍ତୁ ଆମ ସରକାର ବୁଝିଲେ । ପରିବାର ପାଇଁ ମହିଳା ବୋଝ ନୁହନ୍ତି ଆମ ସରକାରରେ ସେମାନେ ସଶକ୍ତ । ଏ କ୍ଷେତ୍ରରୁ ୧୩ ଜଣଙ୍କ ମଧ୍ୟରୁ ଆପଣ ଆମକୁ ୧୧ଜଣ ବିଧାୟକ ଦେଇଛନ୍ତି । ୨୪ବର୍ଷରେ ଏ ସରକାରଙ୍କ ମୁଣ୍ଡ ଭିତରେ ବଢିଲା ଝିଅଙ୍କ ପାଇଁ କିଛି ଚିନ୍ତା ପସିଥିଲା କି ନାହିଁ ଜାଣିନାହିଁ କିନ୍ତୁ ଆମେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।
ଗରିବ ଲୋକଙ୍କୁ ଟିକେ ଜଗାଙ୍କ ଦର୍ଶନ କରାଇବାକୁ ଚିନ୍ତା ପଶିନଥିଲା । ଏ କଣ ୫ଟିର ଚିନ୍ତା ଥିଲା କିନ୍ତୁ ଆମ ସରକାରକୁ ୯ମାସ ପୂରିନଥିଲେ ବି ଆମେ କରିଦେଖାଇଛୁ । ୨୪ବର୍ଷର ଇଭେଣ୍ଟମ୍ୟାନେଜମେଣ୍ଟ ସରକାର ବନାମ ୯ମାସର ସରକାର । ଆଜିର ଦିନ ମୋ ପାଇଁ ସନ୍ତୋଷର ଦିନ । ଏକକୋଟି ମହିଳାଙ୍କୁ ଆର୍ଥିକ ପ୍ରଦାନ କରିଥିବାରୁ । ରେଶମ ଶାଢୀ ଏହି ଅର୍ଥରେ କିଣିଲେ ବି ସରକାର ଓ ଆପଣଙ୍କର ଲାଭ ହେବ । ଜିଏସଟି ମାଧ୍ୟମରେ ସରକାରଙ୍କ ପାଖକୁ ଟଙ୍କା ଯିବ । ପାଞ୍ଚ ଲକ୍ଷରୁ ଅଧିକ ମହିଳା ମାନେ ଲକ୍ଷପତି ଦିଦି ହୋଇପାରିଛନ୍ତି । ଛୋଟ ଛୋଟ ବୁନ୍ାରୁ ହିଁ ବଡ ହୋଇପାରେ । ଯେମିତି ସୁଭ୍ରଦା । ସୁଭଦ୍ରା ଏକ ବିପ୍ଲବରେ ପରିଣତ ହୋଇଛି ।
ସୁଭଦ୍ରା ବିପ୍ଲବ । ସଶକ୍ତ ଓ ସମୃଦ୍ଧ ହେବ ସୁଭଦ୍ରା । ପ୍ରତେକ ସୁଭଦ୍ରାଙ୍କ ମନରେ ଆଗକୁ ବଢିବାକୁ ଉତ୍ସାହ ଭରିଛି । ୩କୋଟି ଭାରତରେ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ । ୨୦୨୭ସୁଦ୍ଧା ଆମେ ୨୭ଲକ୍ଷ କରିବା । ୨୪ବର୍ଷରେ ମହିଳାଙ୍କ ସଶକ୍ତ ସ୍ଲୋଗାନରେ ରହିଯାଇଥିଲା । ଆମ ସରକାର ମହିଳାଙ୍କୁ ସବୁ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଉଦ୍ୟମ କରିଛନ୍ତି । ୭୦କୋଟି ଟଙ୍କା କେବଳ ମହିଳାଙ୍କ ପାଇଁ । ସମୃଦ୍ଧ ଓଡି଼ଶା ସାକାର କେବଳ ଆପଣ ମାନଙ୍କ ଦ୍ୱାରା । ସ୍ତ୍ରୀ ରତ୍ନ ପରି ରତ୍ନ ନାହିଁ । ତାଙ୍କୁ ସମ୍ମାନ ଦିଏ । ନଚେତ ସରକାର ଯେବେ ଆକ୍ସନ ନେବେ ମହଙ୍ଗା ପଡିବ । ଏଭଳି ଅପରାଧୀଙ୍କ ସ୍ଥାନ ଜେଲର ଚାରିକାନ୍ଥ ଭିତରେ ସମାଜରେ ତାଙ୍କର ସ୍ଥାନ ନାହିଁ । ଓଡି଼ଶାର ଜଣେ ଜଣେ ମା ମୋ ପାଇଁ ସୁଭଦ୍ରା । ଓଡି଼ଶାର ଦକ୍ଷିଣାଅଞ୍ଚଳ ବିକାଶ ପାଇଁ ୨୦୦କୋଟି ଟଙ୍କା ଦେଇଛନ୍ତି । ଆଗକୁ ନେବା ପାଇଁ ସଙ୍କଳ୍ପ ନେଇଛନ୍ତି ।ବାଇଟ – ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ