ଏହି ମାସରେ ୨୧ ବର୍ଷ ପୂରିଥିଲେ କରିପାରିବେ ଆବେଦନ

୧୫ ଦିନରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍‌ । ୨୧ ବର୍ଷ ପୂରିଥିଲେ ‘ସୁଭଦ୍ରା’ ଯୋଜନାରେ କରିପାରିବେ ଆବେଦନ। ଯେଉଁମାନଙ୍କୁ ଏହି ମାସରେ ୨୧ ବର୍ଷ ପୂରିଥିବ ସେମାନେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷେ ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି । ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । ଏହି ସବୁ ସ୍ଥାନରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି । ଏମିତିକି କାଲି ଠାରୁ ମାଲକାନଗିରିରେ ଆରମ୍ଭ ହେବ ଯାଞ୍ଚ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏପଟେ ସୁଭଦ୍ରା ଯୋଜନାରେ ଆବେଦନର ଆସିଛି ଡେଡ୍ ଲାଇନ୍ । ଆସନ୍ତା ବର୍ଷ ମାର୍ଚ୍ଚ ୭ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ। ମାର୍ଚ୍ଚ ୮ରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା। ୨୬ ନଭେମ୍ବରରେ ଏହି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

Leave a Reply

Your email address will not be published. Required fields are marked *