ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ଟଙ୍କା
ସୁଭଦ୍ରା ଯୋଜନା ନେଇ ବଡ଼ ଅପଡେଟ୍ । ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୩୦ରେ ଆବେଦନ କଲେ ବି ମିଳିବ ସୁଭଦ୍ରା ଟଙ୍କା । ଏକା ଥରେ ମିଳିବ ସୁଭଦ୍ରାର ୨ଟି କିସ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ପଞ୍ଜୀକରଣ ଚାଲିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ସୂଚନା ଦେଇନାହାନ୍ତି । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା । କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ଏକାଥରକେ ଦୁଇଟି କିସ୍ତିର ଟଙ୍କା ମିଳିବ। ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି। ଏବେ ଅଙ୍ଗନବାଡ଼ି ଦିଦି ମାନେ ଘର ଘର ବୁଲୁଛନ୍ତି। ତେଣୁ ଯାହାର ୫ ଏକର ଜମି ଅଛି ବା ନାହିଁ, ଏହି ଦ୍ୱନ୍ଦ୍ୱ ପାଇଁ ଡିସେମ୍ବର ୩୦ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି।