ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ‘ସୁଭଦ୍ରା’
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏମିତିକି ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ ବୋଲି କହିଛନ୍ତି । ଏହି ଯୋଜାନର ପ୍ରଥମ କିସ୍ତିର ଟଙ୍କା ୨୫ଲକ୍ଷରୁ ଅଧିକ ମହିଳା ପାଇଥିବା ବେଳେ ସେହିପରି ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ୩୫ ଲକ୍ଷରୁ ଅଧିକ ହିତାଧିକାରୀ ମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା ।
କିନ୍ତୁ ଏ ଯାବତ ୧ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଆବେଦନ କରିଥିବାରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି । ଆବେଦନକାରୀଙ୍କ ମଧ୍ୟରୁ ୨ଲକ୍ଷ ହିତାଧିକାରୀ ରିଜେକ୍ଟ ହୋଇଥିବା ବେଳେ ସୁଭଦ୍ରା ଯୋଜନା ନିୟମରେ ସଂଶୋଧନ ଆଣି କେମିତି ଅଧିକ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ ସେଦିଗରେ ସରକାର ଧ୍ୟାନ ଦେଇଛନ୍ତି ।