୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା

ଆସିଲା ‘ସୁଭଦ୍ରା’ ଯୋଜନା SOP

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନାର SOP । ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି କ୍ୟାବିନେଟ୍‌ରେ ସୁଭଦ୍ରା ଯୋଜନାର SOP ପାରିତ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ । ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା । ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଯିବ । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଟଙ୍କା ଦିଆଯିବ । ପ୍ରତିବର୍ଷ ୨ ଥର ୫ ବର୍ଷ ଯାଏ ସହାୟତା ରାଶି ଦିଆଯିବ । ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ । ଏଥିପାଇଁ କଲ୍ ସେଣ୍ଟର ଖୋଳାଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରେ ମହିଳାମାନେ ଆବେଦନ କରିପାରିବେ ।

ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରିଆ ଏବଂ ଆୟକର ପ୍ରଦାନ କରୁଥିବା ମହିଳା ମଧ୍ୟ ସହାୟତା ପାଇବେନି।

Leave a Reply

Your email address will not be published. Required fields are marked *