ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍

୧ ଟଙ୍କା ନଆସିଲେ ବି ୧୭ରେ ମିଳିବ ଟଙ୍କା

ଆସନ୍ତାକାଲି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ସୁଭଦ୍ରାର ଶୁଭାରମ୍ଭ ହେବ । ତେବେ ଏହା ପୂର୍ବରୁ ପରୀକ୍ଷାମୂଳକଭାବେ ୧ ଟଙ୍କା ଲେଖାଏଁ କିଛି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇ ନାହିଁ ସେମାନଙ୍କୁ ଟଙ୍କା ମିଳିବ କି ନାହିଁ ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି । ସେ କହିଛନ୍ତି ଯେ ଆକାଉଣ୍ଟକୁ ୧ ଟଙ୍କା ନଆସିଥିଲେ ବି ହିତାଧିକାରୀ ୧୭ରେ ସୁଭଦ୍ରା ଟଙ୍କା ପାଇବେ । ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିଲା । ସିଷ୍ଟମ ଚେକ କରିବାକୁ ୧ ଟଙ୍କାଳ ଲେଖାଏଁ ପଠାଯାଇଥିଲା । ଯାହା ଆକାଉଣ୍ଟକୁ ୧ ଟଙ୍କା ଯାଇନଥିବ ସେ ବି ସୁଭଦ୍ରା ଟଙ୍କା ପାଇବେ । ସବୁ ଯୋଗ୍ୟ ହିତାଧିକାରୀ ପାଇବେ, ଆକାଉଣ୍ଟକୁ ଟଙ୍କା ଯିବ । ୧୭ ତାରିଖ ପରେ ବି ଲୋକେ ଆବେଦନ କରିପାରିବେ । ନିଶ୍ଚିତ ଟଙ୍କା ପାଇବେ । ବାହାରେ ଥିଲେ ବି ଯେବେ ଆସି ଆବେଦନ କଲେ ଟଙ୍କା ମିଳିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।

Leave a Reply

Your email address will not be published. Required fields are marked *