ଫେବ୍ରୁଆରୀ ୮ରେ ମିଳିବ ସୁଭଦ୍ରା ଟଙ୍କା
ଫେବ୍ରୁଆରୀ ୮ରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଯାଜପୁରରେ ଦିଆଯିବ ସୁଭଦ୍ରା ଟଙ୍କା । ୩ ଓ ୪ ତାରିଖରେ ଏନପିସିଆଇ ଚେକ୍ କରିପାରିବେ । ଏନପିସିଆଇ ଚେକ୍ ପାଇଁ ବ୍ୟାଙ୍କ ଯାଇପାରିବେ ହିତାଧିକାରୀ । ଏହି ପର୍ଯ୍ୟାୟରେ ୨୦ଲକ୍ଷ ସୁଭଦ୍ରା ହିତାଧିକାରୀ ପାଇବେ ଟଙ୍କା । ଛୋଟ ଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ । ୪ର୍ଥ ପର୍ଯ୍ୟାୟରେ ୧କୋଟି ଟପିପାରେ ହିତାଧିକାରୀ ସଂଖ୍ୟା । ଫେବ୍ରୁଆରୀରେ ଟଙ୍କା ପାଇବାରୁ ବଞ୍ଚôତ ହେଲେ ଯାଞ୍ଚ କରିବାର ମାସେ ସମୟ ରହିଛି । ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚ କରି ତଥ୍ୟ ଦାଖଲ କଲେ ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ‘ସୁଭଦ୍ରା’ ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ବୋଲି କହିଛନ୍ତି । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା । ଏଥିପାଇଁ ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି ।
