ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

୨ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ।ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ ଆଜି ୨ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିଛି। ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରାର ୨ୟ କିସ୍ତି। ଗୋଟିଏ ଦିନରେ ୫ ହଜାର କୋଟି ରାଜ୍ୟ ସରକାର ହିତାଧିକାରୀଙ୍କୁ ପ୍ରଦାନ କରିବେ। ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏହା ସହ ସୁଭଦ୍ରା ଯୋଜନାକୁ ସଫଳତାର ସହ ସମ୍ପନ୍ନ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ଆଜି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ମୁତାବକ ଅଙ୍ଗନବାଡି କର୍ମୀଙ୍କୁ ୧୫୦୦ ଟଙ୍କା ଓ ସହାୟିକାଙ୍କୁ ୫୦୦ ଟଙ୍କାର  ସହାୟତା ମିଳିବ। ସେହିପରି ପ୍ରଭାତୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ଆସନ୍ତା ୭ ତାରିଖରେ ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ଦୀପ ଜାଳନ୍ତୁ।