ଅଗଷ୍ଟ ୯ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍
ଅଗଷ୍ଟ ୯ ତାରିଖରେ ପଡ଼ୁଛି ଏଥର ରାଖିପୂର୍ଣ୍ଣିମା। ଏହି ଦିନସୁଭଦ୍ରାକିସ୍ତି ପ୍ରଦାନ କରାଯିବ। ୨ ଲକ୍ଷମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।ପ୍ରଥମ କିସ୍ତି ନେଲାପରେ ଆୟକର ରିଟର୍ନ ଦେଇଛନ୍ତି। କିଏ ଗାଡ଼ି କିଣିଛନ୍ତି, ଏବଂ କାହାର ଏକର ଜମିଥିବା କାରଣରୁ ସେମାନଙ୍କୁ ବାଦ ଦିଆଯାଇଛି। ଅଗଷ୍ଟ ୯ ତାରିଖ ପରେ ସର୍ଭେ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ତୃତୀୟ କିସ୍ତି ଅଗଷ୍ଟ ୯ରେ ମିଳିବ। ଏହା ପରେ ଖୋଲିବ ସୁଭଦ୍ରା ପୋର୍ଟାଲ୍ ।୨୧ ବର୍ଷ ହୋଇଥିଲେ ଯୁବତୀ ମହିଳା କରିପାରିବେ ଆବେଦନ। ବାଦ ପଡ଼ିଥିବା ୨ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ହେବ ସର୍ଭେ । ୯୩ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୁରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ ଏସଏସଇପିଡିକୁ ପଠାଇଛି।
