ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ । ଏହି ମଡ୍ୟୁଲ ଜରିଆରେ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ । ମିଳି ନଥିଲେ ମିଳିବ ସୁଭଦ୍ରା । ପୂର୍ବରୁ ପୋର୍ଟାଲରେ ଲୋକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ । ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ । ଲୋକଙ୍କ ଅଭିଯୋଗ ଗୁଡ଼ିକ ବ୍ଲକ ଓ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଏହାର ଷ୍ଟାଟସ୍ ସବୁ ତଥ୍ଯ ପୋର୍ଟାଲ ରେ ଉପଲବ୍ଧ ରହିବ । ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ, କାରଣ କଣ,ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ଏ ସବୁ କଥାର ଉତ୍ତର ରଖିବ ବିଭାଗ । ବର୍ତ୍ତମାନ ୧ କୋଟି ୯ ଲକ୍ଷ ହିତାଧୀକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡ଼ିଛନ୍ତି।
