ବରଗଡ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି
ବରଗଡ ୭୭ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଶୁଭ ସ୍ତମ୍ବ ସ୍ଥାପନ ହୋଇଛି । ପ୍ରଥମେ ମା’ ଇଷ୍ଟ ଦେବୀ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ସହର ପରିକ୍ରମା ପରେ ବରଗଡ଼ ହାଟପଦା ସ୍ଥିତ ସଂଚାର ପଡିଆରେ ରୀତିନୀତି ଆନୁସାରେ ପୂଜା କରି ଶୁଭସ୍ତମ୍ବ ସ୍ଥାପନ କରାଯାଇଛି ।ପରମ୍ପରା ଅନୁସାରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭରୁ ଶୁଭସ୍ତମ୍ଭ ଦିଆହୁଏ । ବିଶ୍ୱ ଧନୁଯାତ୍ରାରେ କୌଣସି ବାଧାବିଘ୍ନ ନ ଆସୁ ସେଥିପାଇଁ ନିଜ ଇଷ୍ଟ ଦେଵୀଙ୍କ ଠାରେ ପୂଜାର୍ଚ୍ଚନା ପରେ ଏକ ବିଶ୍ୱାଳ ଶୋଭାଯାତ୍ରା ମନ୍ଦିରରୁ ବାହାରି ସହର ପରିକ୍ରମା ପରେ ହାତପଦା ସ୍ଥିତ ସଂଚାର ମଣ୍ଡଳୀକୁ ଆସି ପୂଜାର୍ଚ୍ଚନା କରାଯାଇଛି ।ଏହି ଅବସରେ ଚଳିତ ବର୍ଷ ଧନୁଯାତ୍ରା ଅଧିକରୁ ଅଧିକ ଆକର୍ଷଣୀୟ ହେବ, ସେନେଇ କମିଟି ଗୁରୁତ୍ୱ ଦେଉଥିବା ବେଳେ ଯାତ୍ରାରେ କେମିତି ଆଇନ ବିଶୃଙ୍ଖଳା ନ ହେବ କେମିତି ଲକ୍ଷ ଲକ୍ଷ ଦର୍ଶକ ଏହି ଯାତ୍ରା କୁ ଠିକ ଭାବେ ଉପଭୋଗ କରିପାରବେ, ସେନେଇ ପୋଲିସ ବିଭାଗ ସଜାଗ ରହିଛି ବୋଲି ବରଗଡ଼ ଏସପି ଓ ଜିଲ୍ଲାପାଳ କହିଛନ୍ତି ।