OPSC ଏବଂ OSSSC ମଧ୍ୟରେ ରହିଲାନି ସମନ୍ବୟ

ଗୋଟିଏ ସମୟରେ ୨ଟି ପରୀକ୍ଷା, ଗୋଟିଏ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

OPSC ଏବଂ OSSSC ମଧ୍ୟରେ ରହିଲାନି ସମନ୍ବୟ । ଆଜି ଗୋଟିଏ ସମୟରେ ଉଭୟ OPSC ଏବଂ OSSSC ପକ୍ଷରୁ ପରୀକ୍ଷା ପରିଚାଳନା ହେଲା। ଗୋଟିଏ ସମୟରେ ରହିଲା ଦୁଇଟି ପରୀକ୍ଷା। OPSC ପକ୍ଷରୁ ଆଜି ଥିଲା ASO ପରୀକ୍ଷା। ତିନିଟି ସିଫ୍ଟରେ ପରୀକ୍ଷା ହେଉଛି। ଯାହାର ପ୍ରଥମ ସିଫ୍ଟ ସକାଳ ୯ଟାରୁ ଆରମ୍ଭ ହୋଇଥିଲା ।୯ଟାରୁ ସାଢ଼େ ୧୦ଟା ଥିଲା ଥିଲା ଏହି ସିଫ୍ଟ। ଅନ୍ୟପଟେ OSSSC ପକ୍ଷରୁ ଆଜି ସମାନ ସମୟରେ RI, ICDS, ARI ପରୀକ୍ଷା ହୋଇଛି। ଆଜି ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଥିଲା ଏହି ପରୀକ୍ଷା। ତେଣୁ ଯେଉଁ ପରୀକ୍ଷାର୍ଥୀ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିଲେ, ସେମାନେ ଆଜି ଗୋଟିଏ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ପରୀକ୍ଷା କରାଉଥିବା ସଂସ୍ଥା ମାନଙ୍କ ଭିତରେ ସମନ୍ଵୟ ଅଭାବରୁ ଏଭଲି ଅସୁବିଧା ସୃଷ୍ଟି ହୋଇଥିବା ଅଭିଯୋଗ କରିଛି ଷ୍ଟୁଡେଣ୍ଟ ଏଗେନ୍ସଟ କରପସନ।

Leave a Reply

Your email address will not be published. Required fields are marked *