ଶିକ୍ଷା ବିଭାଗର ନୂଆ ନିୟମ

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ପୁଣି ଦେବେ ପରୀକ୍ଷା

ରାଜ୍ୟ ସରକାର ପାସ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି। ନିୟମ ବଦଳି ଥିବାରୁ  ସ୍କୁଲ ପରୀକ୍ଷା ବିନା ପରିଶ୍ରମରେ ପାସ୍‌ କରିହେବ ନାହିଁ।ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହୋଇଛି। ଫେଲ୍‌ ହେଲେ ୨ ମାସରେ ପୁନଃ ପରୀକ୍ଷା ଦେବାକୁ ପଡ଼ିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛ ଯେ, ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ପରୀକ୍ଷାରେ ଫେଲ୍‌ ହେଲେ ପୁନଃ ପରୀକ୍ଷା ଦେବେ। ଦୁଇ ମାସ ମଧ୍ୟରେ ଏହି ପରୀକ୍ଷା ଆଉ ଥରେ ଦେବାକୁ ହେବ। ଯଦି ପୁଣି ଫେଲ ହେଉଛନ୍ତି, ତେବେ ସେହି ଶ୍ରେଣୀରେ ରହିବେ। କାହାରିକୁ ସ୍କୁଲରୁ ବିଦା କରାଯିବ ନାହିଁ।