କିଟ୍‌ରେ ଛାତ୍ରୀ ଆତ୍ମହତ୍ୟାକୁ ନେଇ ନେପାଳରେ ଆନ୍ଦୋଳନ

ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ

କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି କି ପଡୋଶୀ ଦେଶ ନେପାଳ ମଧ୍ୟ ଏହାକୁ ଜୋରଦାର ବିରୋଧ କରିଛି। ମଙ୍ଗଳବାର କାଠମାଣ୍ଡୁରେ Nepali Congress party ରାସ୍ତାକୁ ଓହ୍ଲାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଘ ହୁଙ୍କାର ଭରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଛାତ୍ରମାନେ କିଟ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତ ଦାବି କରିବା ସହ କିଟ୍‌ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି।

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି। ଘଟଣାରେ ଚାରିଆଡୁ ଚାପ ପଡିବା ପରେ ମତ ବଦଳାଇବା ସହିତ ଛାତ୍ରମାନଙ୍କୁ ମାଡ଼ ମାରିଥିବା ୨ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରିଛନ୍ତି। ଏଥିସହିତ ହଷ୍ଟେଲ ଦାୟିତ୍ବରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସୋମବାର କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିପାଇଁ କିଟ୍ ଦୁଃଖିତ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।