ଟ୍ୱିନସିଟିର ୮ଟି ହଟ୍‌ ସ୍ପଟ୍‌ ଉପରେ କଡ଼ା ନଜର

୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ପରାମର୍ଶ

ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପିଙ୍କ ପରାମର୍ଶ। ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଲାଟୁନ୍ ପୋଲିସ୍। ସୂଚନା ଦେଲେ କଟକ ଡିସିପି ଋଷିକେଶ ଖିଲାରୀ। ମଦ ପିଇ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପିଙ୍କ ପରାମର୍ଶ। ହୋଲିରେ ମଦ ଦୋକାନ ବନ୍ଦ ରହିବ, ବେଆଇନ୍ ବିକିଲେ କାର୍ଯ୍ୟାନୁଷ୍ଠାନ। ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଲେ ।

ପୁର୍ବରୁ ହୋଲି ଖେଳ ସମୟରେ ଯେଉଁଯେଉଁ ସ୍ଥାନରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଛି, ସେହି ସ୍ଥାନ ଉପରେ କଡ଼ା ନଜର ରଖିଛି ଅଗ୍ନିଶମ ବିଭାଗ ।ଜିଲ୍ଲା ମୁଖ୍ୟାଳୟରେ ମୁତୟନ ରହିବ ସ୍ୱତନ୍ତ୍ର ଟିମ୍। ବ୍ଲକରେ ମୁତୟନ ହେବେ ଅଗ୍ନିଶମ ଅଧିକାରୀ। ସମ୍ବେଦନଶୀଳ ସ୍ଥାନ ଉପରେ ଫୋକସ୍। ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୁତୟନ ହେବେ । ଭୁବନେଶ୍ୱରର ବାଙ୍କୁଆଳ, କୁଆଖାଇ, ପୁରୀ କେନାଲ ଓ ବାଲିଅନ୍ତା ସାଇଫନରେ ରହିବ ସ୍ୱତନ୍ତ୍ର ଟିମ । କଟକର ଯୋବ୍ରା, ଦେବୀଗଡ଼ା ଓ ବଡ଼ଖାଇରେ ଟିମ୍‌ ମୁତୟନ ହେବ । ଏହାବାଦ୍‌ ସ୍କୁବା ଡାଇଭର୍‌, ପାଓ୍ୱାର୍‌ ବୋଟ୍‌, ଲାଇଫ୍‌ ବୟ, ଲାଇଫ୍‌ ଜ୍ୟାକେଟ୍‌, ଅଣ୍ଡର ଓ୍ୱାଟର୍‌ କ୍ୟାମେରା, ପାଓ୍ୱାରଫୁଲ ଲାଇଟ୍‌ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଯନ୍ତ୍ରାପାତି ବ୍ୟବହାର କରି ଅଘଟଣର ମୁକାବିଲା କରିବାକୁ ଓଡ଼ିଶା ଅଗ୍ନିଶମ ବିଭାଗ ପ୍ରସ୍ତୁତି କରିଛି ।