ବାଲି ମାଫିଆଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସୁରେଶ ପୂଜାରୀ
ରାଜସ୍ବ ବିପର୍ଯୟ ପରିଚାଳନା ମନ୍ତ୍ରୀଙ୍କ କଡା ଚେତାବନୀ। ବାଲି ମାଫିଆଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଣିକି ବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଅଣା ଯିବା ସହ ବାଲି ମାଫିଆଙ୍କ ବିରୋଧରେ ନିଆ ଯିବା ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗରୁ ବାଲି ଖାଦାନ ରାଜସ୍ବ ବିଭାଗ ଅଧୀନରେ ଆସୁଥିଲା । ପୂର୍ବ ସରକାର ଏହାକୁ ମାଇନ୍ସ ବିଭାଗକୁ ଆଣିଲେ । ଏବେ ମାଇନ୍ସ ବିଭାଗରେ କର୍ମଚାରୀ ଅଭାବକୁ ଦୂର କରିବା ସହ ନୂଆ ଇନ୍ଫ୍ରାଷ୍ଟକଚର ତିଆରି ପାଇଁ ଲାଗିଛନ୍ତି ରାଜ୍ୟ ସରକାର । ନୂଆ ସରକାର ଆସିବାର ଆଠ ମାସ ଭିତରର ବାଲିରୁ ଆସୁଥିବା ରାଜସ୍ୱରେ ବୃଦ୍ଧି ଘଟିଛି । ଆଗକୁ ବାଲି ଭଳି ଉତ୍ସରୁ ଆସୁଥିବା ରାଜସ୍ବର ଅଭିବୃଦ୍ଧି ଘଟିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
