ରାୟଗଡ଼ାରେ ଅଜଣା ଜନ୍ତୁ ଆତଙ୍କ !

୩୦ଛେଳିଙ୍କୁ ମାରିଲା ଅଜଣା ଜନ୍ତୁ !

ଆତଙ୍କ ଖେଳାଇଛି ଅଜଣା ଜନ୍ତୁ ! ରାତିର ନିର୍ଜନତାରେ କରୁଛି ପଶୁ ଶିକାର । ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡା ଅଞ୍ଚଳରେ ।ନିଆଳି ପରି ଏଠି ମଧ୍ୟ ଏଖିବାକୁ ମିଳିଛି ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ। ଛେଳି ଗୁଡିକୁ ଚରିବାକୁ ନେଇଥିବା ବେଳେ ବର୍ଷା ଯଗୁଁ ଫେରାଇ ଆଣି ପାରିନଥିଲେ।ପରେ ୩୦ଛେଳିର ମୃତଦେହ ମିଳିଥିଲା । ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସଂନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ ଆକ୍ରମଣ କରିଥିବା ସୁଚନା ଦେଇଛନ୍ତି। ଅଞ୍ଚଳରେ କଲରାପତରିଆ ବାଘ ବୁଲୁଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରି ମାନେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

କିଏ ଏହି ଛେଳିଙ୍କୁ ମାରିଲା । ବାଘ ନା ଅନ୍ୟ କୈାଣସି  ଜନ୍ତୁ ଆକ୍ରମଣରେ ଛେଳି ମୃତ୍ୟୁ ଘଟିଥିବା ଜାଣିବା ସକାଶେ ବନ ବିଭାଗ ସିସି କ୍ୟାମେରା ଲଗାଇ ଅନୁଧ୍ୟାନ କରୁଥିବା କହିଛନ୍ତି ଗୁଡାରି ରେଞ୍ଜର ଫରେଷ୍ଟର ନରସିଂହ ଶତପଥ କହିଛନ୍ତି। ତେବେ ପୂର୍ବରୁ ନିଆଳିରେ ଅଜଣା ଜନ୍ତୁ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମେଣ୍ଢା ମଡ଼କ ସାରା ଓଡ଼ିଶାରେ ଖବରର ଶିରୋନାମା ପାଲଟିଥିଲା । ଆଉ ଏବେ ରାୟଗଡାର ଏହି ଘଟଣା ପରେ ସ୍ଥାନୀୟଅଞ୍ଚଳରେ କୋକୁଆ ଭୟ ଖେଳିଯାଇଚି।