କାଲି ବାତ୍ୟା !

ଓଡ଼ିଶା ଉପରେ ନାହିଁ ବିଶେଷ ପ୍ରଭାବ !

ରାଜ୍ୟରେ ବଦଳୁଛି ପାଣିପାଗ ସ୍ଥିତି । ଆସୁଛି ବାତ୍ୟା ! ସୂଚନା ଅନୁସାରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି  ଗଭୀର ଅବପାତରେ ରୂପ ନେଇଛି।। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବନଥିବା ବେଳେ ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକାଂଶରେ ପାଗ କୋହଲା ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ତେବେ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡିବ ନାହିଁ। ବର୍ତ୍ତମାନ ବାତ୍ୟାଟି ପାରାଦୀପ ଠାରୁ ୩୮୦ କିମି ଦୂରତାରେ ଅବସ୍ଥିତ ଅଛି। ଏହା ପ୍ରଭାବରେ ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ଜିଲ୍ଲାମାନଙ୍କର ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।