ଏସଟିଏଫ ହାତରେ ବାଘଛାଲ ଲୁଟେରା !

ମାତିଛନ୍ତି ବାଘଛାଲ ଲୁଟେରା। ପୋଲିସ ଆଖିରେ ଧୁଳି ଦେଇ ଚାଲିଥିଲା ବାଘଛାଲ ଡିଲ। କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ମାଡିବସିଲା ଏସଟିଏଫ | ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ଖଗେଶ୍ୱର ପୁଟେଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ସମ୍ପୁକ୍ତ ବ୍ୟକ୍ତିଙ୍କ ପାଖରୁ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ ଛାଲ ଜବତ ହୋଇଛି ।

ଗିରଫ ଅଭିଯୁକ୍ତଙ୍କ ନାଁ ଖଗେଶ୍ୱର ପୁଟେଲ ହୋଇଥିବା ବେଳ ତାଙ୍କ ଘର କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ଅନ୍ତର୍ଗତ ପୂଜିଲଡ଼ୁ ଗାଁରେ ଖଗେଶ୍ୱର ବାଘ ଛାଲ ରଖିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ଏସ୍‌ଟିଏଫ୍‌ । ଏହା ପରେ ଏସ୍‌ଟିଏଫ୍‌ର ଏକ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଏମ୍‌.ରାମପୁର ଓ ନର୍ଲା ମଧ୍ୟସ୍ଥ ରାଜ୍ୟ ରାଜପଥର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରି ଖଗେଶ୍ୱରଙ୍କୁ ଧରିଥିଲା। ତେବେ ବାଘଛାଲ ସହ 3ଟି ହରିଣ ଛାଲ ମଧ୍ୟ ଜବତ କରିଛି ଏସଟିଏଫ। ତେବେ ପ୍ରଶ୍ନ ଉଠୁଛି ବେପାରୀଙ୍କୁ ତ ଧରିବାରେ ସକ୍ଷମ ହୋଇଛି କିନ୍ତୁ କେଉଁମାନେ ଗରାଖ ଥିଲେ ତାକୁ ନେଇ ତଦନ୍ତ ଚଳଉଛି ଏସଟିଏଫ।