ଜାତୀୟ ଶିକ୍ଷାନୀତି ପାଇଁ ଗଠନ ହେଲା ଷ୍ଟିଅରିଂ କମିଟି
ଜାତୀୟ ଶିକ୍ଷାନୀତି ପାଇଁ ଗଠନ ହେଲା ଷ୍ଟିଅରିଂ କମିଟି। ଏନଇପି ବା ନ୍ୟାସନାଲ ଏଜୁକେସନାଲ ପଲିସି କାର୍ଯ୍ୟକାରୀ କରିବାକୁ ଏହି କମିଟି ଗଠନ କରିଛନ୍ତି ସରକାର। ୧୬ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏବଂ ଏହାର ଅଧ୍ୟକ୍ଷ ରହିବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ । ଏହି କମିଟି ପାଠ ଖସଡା ପ୍ରସ୍ତୁତ କରିବେ। ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। ଏହା ହେବ ଶିକ୍ଷା ଦିଗରେ ଐତିହାସିକ ପଦକ୍ଷେପ। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସରଳୀକରଣ ହେବ ।

ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷାର ଭିତ୍ତି ଠିକ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର । ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯିବ। ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂକୃତିକୁ ବି ଏଥିରେ ପ୍ରଚାର ପ୍ରସାର କରାଯିବ । ଏନଇପି ଲାଗୁ ହେଲେ ପାଠଖସଡା ସରଳ ଓ ବୋଧଗମ୍ୟ ହେବ । ଜିରୋ ଡ୍ରପ ଆଉଟ ହେବା ଗୁଣାତ୍ମକ ଶିକ୍ଷା ମିଳିପାରିବ । ସେଥିପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି । ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି । ନବମ ଓ ଏକାଦଶ ଶ୍ରେଣୀରେ ପିଲାମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ।
