ପ୍ରତୀକ ସିଂ ହେଲେ ପୁରୀ ଏସପି
ରାଜ୍ୟ ସରକାର ବରିଷ୍ଠ ଆଇପିଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍ ଓ ଜଣେ ଓଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କ୍ରମରେ ସରକାର ପୁରୀ ଏସ୍ପିଙ୍କୁ ବଦଳି ହୋଇଛି। ଏଠାରେ ପିନାକ ମିଶ୍ରଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ନୂଆ ଦାୟିତ୍ବ ମିଳିଛି।ସନ୍ତୋଷ ବାର୍ଲା ହେଲେ ରାଜ୍ୟ ଫରେନସିକ୍ ଲାବୋରେଟୋରୀର ନିର୍ଦ୍ଦେଶକ । ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ । ସେହିପରି ସଞ୍ଜୟ କୁମାର କୌଶଲଙ୍କୁ EOWର ଆଇଜି ଦାୟିତ୍ବ । ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍ ପୋଲିସର IG । ସଞ୍ଜୟ କୁମାର କୌଶଲ EOW ଆଇଜି । ପ୍ରତୀକ ସିଂ ହେଲେ ପୁରୀ ଏସ୍ପି । ପ୍ରତ୍ୟୁଷ ଦିବାକର ହେଲେ ବାଲେଶ୍ବର ଏସ୍ପି । ବୀନିତ ଅଗ୍ରୱାଲ କଟକ ଗ୍ରାମାଞ୍ଚଳ ଏସ୍ପି ।ରାଜ ପ୍ରସାଦ ସ୍ପେଶାଲ ବ୍ରାଞ୍ଚ୍ ଏସ୍ପି । ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସ୍ପି । ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସ୍ପି । ଅମ୍ରିତପାଲ ସିଂ ନୂଆପଡ଼ା ଏସ୍ପି । ଅମ୍ରିତପାଲ କୌର ସୁନ୍ଦରଗଡ଼ ଏସ୍ପି । ଭବାନୀ ଶଙ୍କର ଉଦ୍ଗାତା- ରେଲୱେ, କଟକ ଏସ୍ପି ।
