ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ

୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର

ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ ନ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ, ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ ବନ୍ଦ ଥିବା ୯୧୪ ସଂସ୍ଥାରୁ ଇଡ୍‌କୋ ନିୟମ ଅନୁଯାୟୀ ୬୬୫ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେଥିମଧ୍ୟରୁ ୨୬୭ଟି ଶିଳ୍ପ ସଂସ୍ଥାର ଜମି ଆବଣ୍ଟନ ରଦ୍ଦ କରାଯାଇଛି। ଆବଣ୍ଟନ ରଦ୍ଦ ମଧ୍ୟରୁ ୮୧ଟି ଶିଳ୍ପ ସଂସ୍ଥା ବିରୋଧରେ ଇୟୁଓ ମାମଲା ରହିଛି। ଶୁକ୍ରବାର ବିଧାନସଭାରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।

ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଜମି ଯୋଗାଇ ଦେଉଥିଲେ ହେଁ କମ୍ପାନୀ ଦେବାଳିଆ କିମ୍ବା ଅନ୍ୟ କାରଣରୁ ବନ୍ଦ ହେଲେ ଉକ୍ତ ଜମିକୁ ଆଉ ସରକାରଙ୍କୁ ଫେରାଉ ନାହାନ୍ତି। କେତେ ଜମି ଓଡ଼ିଶାରେ ଏମିତି ଅଛି ବୋଲି ବିଧାୟକ ଚକ୍ରମଣି ମନ୍ତ୍ରୀଙ୍କୁ ପଚାରିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତରରେ ଉପରୋକ୍ତ ତଥ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *