ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ମହାବଳ

ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ମହାବଳ ବାଘ

ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ମହାବଳ। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ବାଘୁଣୀକୁ ଅଣାଯାଇଛି। ଆସନ୍ତାକାଲି ଏହି ବାଘୁଣୀକୁ କୋର୍‌ ଏରିଆରେ ଛଡ଼ାଯିବ। ପରବର୍ତ୍ତୀ ସମୟରେ ଆଉ ଗୋଟିଏ ବାଘୁଣୀ ଆସିବ। ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ଓଡ଼ିଶାରେ ୩୦ ମହାବଳ ବାଘ ଅଛନ୍ତି। ସେଥିରୁ ୨୭ଟି ମହାବଳ ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି। ସେହି ୨୭ ମହାବଳ ମଧ୍ୟରେ ୧୩ଟି ଇନ୍‌ ବ୍ରିଡିଂ(ସମବଂଶୀଙ୍କ ମଧ୍ୟରେ ମେଟିଂ) କଳାବାଘ ରହିଛନ୍ତି। ଏହି ପ୍ରଜାତିର ମହାବଳ ବାଘଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍। ତେଣୁ ଏମାନେ ଅଳ୍ପ ଆୟୁ। ଯାହାକି ବଂଶ ଲୋପର କାରଣ ପାଲଟିପାରେ ବୋଲି ଆଶଙ୍କା କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ।

Leave a Reply

Your email address will not be published. Required fields are marked *