ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କଲେ ରାଜ୍ୟ ସରକାର

ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି

ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କଲେ ରାଜ୍ୟ ସରକାର। ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା। ଏକେ ୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା।SLR ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା। ୧୦ ଲକ୍ଷ ପୁରସ୍କାର ଥିବା ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ୫ ଲକ୍ଷ ଟଙ୍କା। ସେମାନଙ୍କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର। ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧ କୋଟି ୧୦ ଲକ୍ଷ। ଷ୍ଟେଟ୍ କମିଟି, ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟଙ୍କୁ ମିଳିବ ୫୫ ଲକ୍ଷ ଟଙ୍କା। ରିଜିଓନାଲ୍ କମିଟି ସଦସ୍ୟଙ୍କୁ ୩୩ ଲକ୍ଷ, ଡିଭିଜନାଲ୍ କମିଟି ସଦସ୍ୟଙ୍କ ୨୭.୫ ଲକ୍ଷ ଟଙ୍କା। ଡିଭିଜନାଲ୍ କମିଟି ମେମ୍ବରଙ୍କୁ ମିଳିବ ୨୨ ଲକ୍ଷ ଟଙ୍କା।

Leave a Reply

Your email address will not be published. Required fields are marked *