କୋଟିଆ ପାଇଁ ୧୬ଜଣିଆ କମିଟି
କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି । ୧୬ ସଦସ୍ୟଙ୍କୁ ନେଇ କମିଟି ଗଠନ ହୋଇଛି । କମିଟିରେ ଗୃହ ବିଭାଗ ACS, ଏସ୍ ସି/ଏସ୍ ଟି ବିଭାଗ ପ୍ରମୁଖ ସଚିବ ସଦସ୍ୟ ଅଛନ୍ତି । ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ସମେତ ଦକ୍ଷିଣାଞ୍ଚଳ RDC ସଦସ୍ୟ କରାଯାଇଛି । ପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟ ଜିଲ୍ଲାପାଳ ଓ ଏସ୍ ପି ସଦସ୍ୟ ଅଛନ୍ତି । କୋଟିଆ ଉପରେ ଲୋଲୁପ ଦୃଷ୍ଟି ପକାଇଛି ଆନ୍ଧ୍ରପ୍ରଦେଶ । ଗତ କିଛି ବର୍ଷ ଧରି କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସରକାରୀ ଯୋଜନାରେ ଗ୍ରାମବାସୀଙ୍କୁ ସାମିଲ କରିବା ସହ ଭୋଟର କାର୍ଡ ବାଣ୍ଟିଆସିଥିଲା । ଏପ୍ରିଲ ୨୦ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା କୋଟିଆବାସୀଙ୍କୁ ଭେଟି ଆନ୍ଧ୍ରପ୍ରଦେଶରେ ସାମିଲ ହେବାକୁ ପ୍ରଲୋଭନ ଦେଖାଇଥିଲେ । ଏବେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର ।
