ବଢ଼ିଲା ଧାନ କିଣା ଡେଡଲାଇନ
ବଢ଼ିଲା ଧାନ କିଣା ଡେଡଲାଇନ । ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର । ଚାଷୀଙ୍କ ଟୋକନ ଯେପରି ଲ୍ୟାପ୍ସ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ମାର୍ଚ୍ଚ ୩୧ ତାରିଖ ଧାନକିଣାର ଶେଷ ତାରିଖ ଥିଲା । ହେଲେ ଏବେବି ଅନେକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ତେଣୁ ସରକାର ଧାନ ସଂଗ୍ରହ ଅବଧି ଆଉ ୭ଦିନ ବଢାଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ପୂର୍ବରୁ ଚାଷୀମାନେ ଟୋକନ ବ୍ୟବସ୍ଥାରେ ଅସୁବିଧା ନେଇ ଧାନ ବିକ୍ରୟ କରିବାରେ ବିଳମ୍ବ ଦେଖା ଦେଇଥିଲା । ବହୁ ଚାଷୀ ଟୋକନ ମଧ୍ୟ କରି ପାରିନଥିଲେ । ଫଳରେ ସେମାନେ ଧାନ ବିକ୍ରୟ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଏ ନେଇ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ହୋଇଆସୁଥିଲା । ଶେଷରେ ସରକାର ଚାଷୀଙ୍କ କଥା ଶୁଣିଛନ୍ତି । ଫଳରେ ଆଉ ୭ ଦିନ ଧାନ କିଣା ଅବଧି ବଢ଼ାଇଛନ୍ତି ସରକାର । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଘୋଷଣା କରିଛନ୍ତି ।
