ଓଡ଼ିଶା ନେତାଙ୍କୁ ନେଇ ମାନସ ମନ୍ଥନ କରିବେ ରାହୁଲ ଗାନ୍ଧୀ

ଦିଲ୍ଲୀରେ ବସିବ ରାଜ୍ୟ କଂଗ୍ରେସର ବଡ଼ ବୈଠକ

ଦିଲ୍ଲୀରେ ବସିବ କଂଗ୍ରେସର ବଡ଼ ବୈଠକ । ଓଡ଼ିଶା ନେତାଙ୍କୁ ନେଇ ମାନସ ମନ୍ଥନ କରିବେ ରାହୁଲ ଗାନ୍ଧୀ । ସାମିଲ ହେବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତା । ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ରାଜ୍ୟର ୩୫ ସାଙ୍ଗଠନିକ ଜିଲ୍ଲା ପାଇଁ ୩୫ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି ଏଆଇସିସି । ଏହି ପର୍ଯ୍ୟବେକ୍ଷକଙ୍କ ସହ ଆଜି ଦିଲ୍ଲୀରେ ହେବ ବଡ଼ ବୈଠକ ।କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ରହିବେ । ଏହି ପର୍ଯ୍ୟବେକ୍ଷକମାନେ ବିଭିନ୍ନ ଜିଲ୍ଲା ଗସ୍ତ କାରି ଜିଲ୍ଲା ସଭାପତି ପାଇଁ ୩ ଜଣଙ୍କ ନାଁ ଚୟନ କରିବେ । ଚୟନ ହୋଇଥିବା ନେତାଙ୍କ ନାମ ଏଆଇସିସିକୁ ପ୍ରଦାନ କରାଯିବ । ଏହାପରେ ଜିଲ୍ଲା ସଭାପତିଙ୍କ ନାଁରେ ମୋହର ମାରିବ ଏଆଇସିସି । ଏଆଇସିସି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦିଅନ୍ତୁ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ।