ବିଧାନସଭାରେ ଆଗତ ହେଲା କାମଚଳା ବଜେଟ

କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ?

ବିଧାନସଭାରେ ଆଗତ ହୋଇଛି କାମଚଳା ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୨୪-୨୫ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପିତ ହୋଇଛି । ରାଜ୍ୟରେ ଜଳଅଭାବ ହ୍ରାସ କରିବାକୁ ଏହି ବଜେଟରେ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଅଭିବୃଦ୍ଧି ହାର ୭୮.୨୫ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ତେବେ ଏହି ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି ।

କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ:-

ମିଶନ ଶକ୍ତି ପାଇଁ ୨୭୬୦.୮୧ କୋଟି
ପର୍ଯ୍ୟଟନ ପାଇଁ ୮୧୭.୯୫ କୋଟି
ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି
ଉଚ୍ଚଶିକ୍ଷା ପାଇଁ ୩୪୬୯.୮୩ କୋଟି
ରାଜସ୍ୱ ବିପର୍ଯ୍ୟ ପରିଚାଳନା ୩୯୭୦.୨୯ କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୪ ହଜାର ୭୬୪ କୋଟି
ପଞ୍ଚାୟତିରାଜ ବିଭାଗ ୨୨ ହଜାର ୫୪୩ କୋଟି
ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୯ ହଜାର ୭୨୯ କୋଟି
ଜଳ ସମ୍ପଦ ବିଭାଗ ପାଇଁ ୧୩ ହଜାର ୨୬୭ କୋଟି
ଯୋଜନା ଓ ସଂଯୋଜନା ପାଇଁ ୧୨ ହଜାର ୪୩ କୋଟି
ନିର୍ମାଣ ବିଭାଗ ପାଇଁ ୧୦ ହଜାର ୯୫୦ କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯ ହଜାର ୩୩୦ କୋଟି
ଗୃହ ବିଭାଗ ପାଇଁ ୮ ହଜାର ୬୪୧ କୋଟି