ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍
ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍। ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଭେଟିଲେ। ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସଂପାଦକ ମାନସ ମହାନ୍ତି ଭେଟିଛନ୍ତି । ରାଷ୍ଟ୍ର ହିତ ବାବଦରେ ଜାରି କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ସୂଚନା ଅନୁଯାୟୀ, ଦିଲ୍ଲୀ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ସାଙ୍ଗଠନିକ ନିର୍ବାଚନ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।
