କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ?

ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ!

ବିଜେପିର ନିର୍ବାଚନୀ ରଣନୀତି ପ୍ରସ୍ତୁତି । ନିର୍ବାଚନ କମିଟି ବୈଠକରେ ମାନସମନ୍ଥନ । ୧୪୭ ବିଧାନସଭା ୨୧ ଲୋକସଭା ଆସନକୁ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ସବୁ ସିଟ୍ରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବ ରିପୋର୍ଟ । ନିର୍ବାଚନ ପାଇଁ ଘନଘନ ବୈଠକ କରୁଛି ବିଜେପି । କାଲି ପ୍ରଥମେ ବସିଥିଲା କୋର କମିଟି ବୈଠକ । କୋର କମିଟି ବୈଠକରେ ଆଲୋଚନା ପରେ ବସିଥିଲା ନିର୍ବାଚନ କମିଟି ବୈଠକ ଏହି ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏଥିରେ ଉପସ୍ଥିତ ଥିଲେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି । ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, ରାଜ୍ୟ ନିର୍ବାଚନ କମିଟିର ସଦସ୍ୟ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କେ.ଭି.ସିଂହଦେଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ୟ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ହୋଇଛି ଆଲୋଚନା ।