ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ
ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ । ଡିଜାଇନ ପରିବର୍ତ୍ତନ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ । ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଡିଜାଇନ ପରିବର୍ତ୍ତନ ନେଇ ବିଚାରବିମର୍ଶ ଚାଲିଛି । ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ବ୍ୟବସ୍ଥା ହେବ । ଏନେଇ ଆଲୋଚନା ଚାଲିଛି ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ । ସେପଟେ ଶ୍ରୀମନ୍ଦିରରେ ନୂଆବର୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ଗୋଟିଏ ପଟେ ଯିବେ ଏବଂ ଅନ୍ୟପଟେ ବାହାରିବେ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ । ଏନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।