ଶ୍ରୀମନ୍ଦିରରୁ ପୁଣି ସ୍ପାଏ କ୍ୟାମେରା ଜବତ, ଗୁଜରାଟର ବିପୂଲ୍ ପଟେଲ ଗିରଫ

ଶ୍ରୀମନ୍ଦିରରୁ ପୁଣି ସ୍ପାଏ କ୍ୟାମେରା ଜବତ

ପୁଣି ପୁରୀ ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ଜବତ ।  ହିଡେନ କ୍ୟାମେରା ଦ୍ବାରା ଶ୍ରୀମନ୍ଦିର ଭିତରେ ଫଟୋ ଉଠାଉଥିବା ଗୁଜରାଟର ବିପୂଲ୍ ପଟେଲ ଗିରଫ ।  ହିଡେନ କ୍ୟାମେରା ଥିବା ଚଷମା ଓ ମୋବାଇଲ ଫୋନ୍ ଜବତ । ଗିରଫ ବ୍ୟକ୍ତି ପୁରୀର ଏକ ହୋଟେଲରେ ଅବସ୍ଥାନ କରିବା ସହ ହୋଟେଲରେ ଥିବା ମୋବାଇଲ ଫୋନ୍ ଦ୍ଵାରା ହିଡେନ କ୍ୟାମେରା ଅପରେଟ କରିଥିଲେ  ।ସେ ଅଗଷ୍ଟ ୩ ତାରିଖରୁ ଉକ୍ତ ହୋଟେଲରେ ରହୁଛନ୍ତି । ଆଜି ସିଂହଦ୍ଵାର ଥାନା ସବ ଇନ୍ସପେକ୍ଟର ଓ ଜେଟିପି ପୋଲିସ ତାଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର ଜିମା ଦେଇଥିଲେ । ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ସିଂହଦ୍ଵାର ଥାନା ପୋଲିସ ସୂଚନା ଦେଇଛି ।

One thought on “ଶ୍ରୀମନ୍ଦିରରୁ ପୁଣି ସ୍ପାଏ କ୍ୟାମେରା ଜବତ, ଗୁଜରାଟର ବିପୂଲ୍ ପଟେଲ ଗିରଫ

Comments are closed.