ଗହିରମଥା ଏବଂ ଋଷିକୂଲ୍ୟା ମୁହାଣରେ ହେବ ଟର୍ଟଲ୍ ଟ୍ରେଲ୍ସ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପସ୍ଥାପନ କରିଛନ୍ତି । ଏଥର ବଜେଟ୍ରେ ଓଡିଶା ପାଇଁ ବଡ଼ ଘୋଷଣା କରାଯାଇଛି । ଓଡ଼ିଶାରେ କଇଁଛଙ୍କ ପାଇଁ ସ୍ବତନ୍ତ୍ର ଟ୍ରେଲ୍ । ଓଡ଼ିଶାର ସମୁଦ୍ର କୂଳରେ ଅଲିଭ୍ ରିଡ୍ ଲେ କଇଁଛ ମାନଙ୍କ ପାଇଁ ସ୍ୱତନ୍ତ୍ର ‘ଟର୍ଟଲ୍ ଟ୍ରେଲ୍ସ’ ବିକଶିତ କରାଯିବ । ଏହା ବିଶେଷ କରି ଗହିରମଥା ଏବଂ ଋଷିକୂଲ୍ୟା ମୁହାଣ ଭଳି ସ୍ଥାନରେ ତିଆରି ହେବ । କଇଁଛଙ୍କ ସୁରକ୍ଷା ପାଇଁ ନିର୍ମାଣ ହେବ ସୁରକ୍ଷିତ ଟ୍ରେଲ । ଏହାଦ୍ୱାରା ପର୍ଯ୍ୟଟକମାନେ କଇଁଛମାନଙ୍କର କ୍ଷତି ନକରି ସେମାନଙ୍କୁ ଦେଖିପାରିବେ ଏବଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ।
