ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ୍

ସୁନାବେଶ ପାଇଁ ପୁରୀକୁ ଆସିବ ୪୩ଟି ସ୍ୱତନ୍ତ୍ର ଟ୍ରେନ୍

ରଥଯାତ୍ରା ପାଇଁ ପୁରୀ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ଭିଡ । କାହିଁ କେଉଁ ଦୁରଦୁରାନ୍ତରରୁ ଶ୍ରୀକ୍ଷେତ୍ରକୁ ଛୁଟିଆସୁଛନ୍ତି ଶ୍ରଦ୍ଧାଳୁ । କାଳିଆକୁ ଦେଖିବା ପାଇଁ କେବଳ ରାଜ୍ୟ କିମ୍ବା ଦେଶରୁ ନୁହେଁ ବିଦେଶରୁ ବି ଭକ୍ତଙ୍କ ସମାଗମ ହେଉଛି । ଆଗକୁ ରହିଛି ଅଧରପଣା ନୀତି ଓ ସୁନାବେଶ, ଏହାକୁ ଦୃଷ୍ଟିରେ ରଖି ପୁରୀକୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ସୁନାବେଶ ପାଇଁ ପୁରୀକୁ ଆସିବ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ । ଅଧରପଣା ନୀତି ପାଇଁ ପୁରୀକୁ ଗଡିବ ୩୩ଟି ସ୍ୱତନ୍ତ୍ର ଟ୍ରେନ୍ । ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବ । ଯେପରିକି ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ ରୋଡ, ଖୋର୍ଦ୍ଧା ରୋଡ, ଦଶପଲା, ସୋମପେଟା, ପଲାସା, କେନ୍ଦୁଝର, ଗୁଣୁପୁର, ଜଗଦଲପୁର, ସମ୍ବଲପୁର ଆଦି ସ୍ଥାନରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଉରକୃତ ହେବେ ଠାକୁର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ।

Leave a Reply

Your email address will not be published. Required fields are marked *