ମୋଦିଙ୍କ ରୋଡ ସୋ’ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

୨ଟାରୁ ମାଷ୍ଟର କ୍ୟାଂଣ୍ଟିନରୁ ବାଣୀବିହାର ଯାତାୟତ ବନ୍ଦ

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ପହଂଚିଛନ୍ତି ବ୍ଲାକ କ୍ୟାଟ କମାଣ୍ଡୋ । ସୁରକ୍ଷା ସ୍ଥିତିର ଯାଂଚ କରିଛନ୍ତି ବ୍ଲାକ କ୍ୟାଟ କମାଣ୍ଡୋ । ରାତିରେ ରାଜଭବନରେ ରାତ୍ରିଯାପନ କରିବେ ।

ଏହା ପରଦିନ ଅର୍ଥାତ୍ ୧୧ ତାରିଖରେ ତିନିଟି ଜନସଭାରେ ସାମିଲ ହେବେ । ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ । ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ଦିନ ଗୋଟାଏରେ ବରଗଡ଼ ଟୋଲ ଗେଟ ପଡ଼ିଆରେ ମୋଦୀ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି ।ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସଂଜୀବ ପଣ୍ଡା । ମୋଦୀଙ୍କ ରୋଡ ସୋ’ ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ । ୫ ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଂଚ ହେଉଛି ।

ରୋଡ ସୋ’ ପାଇଁ କଣ ରହିଛି ସବୁ ବ୍ୟବସ୍ଥା ଦେଖନ୍ତୁ

ମାଷ୍ଟର କ୍ୟାଂଣ୍ଟିନ ଓ ବାଣୀବିହାର ଉଭୟ ପକ୍ଷରୁ ବନ୍ଦ ରହିବ ଯାତାୟତ ।ମୋଦୀଙ୍କ ରୋଡ ସୋ’: ସିଲ୍ ହେବ ଜନପଥ ।ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ଟ୍ରାଫିକ କଟକଣା ।ଦିନ ୨ଟାରୁ ମାଷ୍ଟର କ୍ୟାଂଣ୍ଟିନରୁ ବାଣୀବିହାର ଯାତାୟତ ବନ୍ଦ ।ଅପରାହ୍ନ ୪ଟାରୁ ବାଣୀବିହାରରୁ ମାଷ୍ଟର କ୍ୟାଂଣ୍ଟିନ ରାସ୍ତା ସିଲ ।ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ ।ଡ୍ରୋନ ଉଡ଼ାଇବା ଉପରେ ମଧ୍ୟ ରହିବ କଟକଣା ।ଅକ୍ଷୟ ତୃତୀୟ ପାଇଁ ସମୟ ପୂର୍ବରୁ କାମ ସାରିବାକୁ ପରାମର୍ଶ ।ସୁରକ୍ଷାରେ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ।୫ ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଂଚ ଚାଲିଛି ।୧୦ ଅତିରିକ୍ତ ଡିସିପି, ୨୮ ଏସିପି ।୪୧ ଇନ୍ସପେକ୍ଟର ଓ ୧୮୦ ସବ-ଇନ୍ସପେକ୍ଟର ।ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ଚାଲିଛି ।