ପୁଣି ଘୁଞ୍ଚିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା
ପୁଣି ଘୁଞ୍ଚିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଆସନ୍ତା ୩୧ ରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ପରୀକ୍ଷା ସ୍ଥଗିତ । ଖୁବଶୀଘ୍ର ସ୍ୱତନ୍ତ୍ର ଓଟିଇଟି ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ଜୁଲାଇ ୨୦ ରେ ସ୍ୱତନ୍ତ୍ର ଓଟିଇଟି ହେବାର ଥିଲା । ପ୍ରଶ୍ନପତ୍ର ଭାଇରାଲ ପରେ ପରୀକ୍ଷା ପୂର୍ବ ଦିନ ସ୍ଥଗିତ ରଖିଲା ବୋର୍ଡ । ପୁନଶ୍ଚ ପରୀକ୍ଷା ପାଇଁ ଅଗଷ୍ଟ ୩୧ କୁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ କହିଛି ବୋର୍ଡ । ପୁଣି ଥରେ ଦିନ ଧାର୍ଯ୍ୟ କରି ପରୀକ୍ଷା ପାଇଁ ସୂଚନା ଦେବ ବୋର୍ଡ ବୋଲି କୁହାଯାଇଛି ।
