ପ୍ରକାଶ ପାଇଲା ସ୍ବତନ୍ତ୍ର OTET ପରୀକ୍ଷା ଫଳ, ୬୬.୫% ପରୀକ୍ଷାର୍ଥୀ ପାସ୍
ପ୍ରକାଶ ପାଇଲା ସ୍ବତନ୍ତ୍ର OTET ପରୀକ୍ଷା ଫଳ । ସ୍ବତନ୍ତ୍ର OTET ପରୀକ୍ଷାରେ ୬୬.୫% ପରୀକ୍ଷାର୍ଥୀ ପାସ୍ । ୪୮ ହଜାର ୧୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାସ୍ କରିଛନ୍ତି । ଗତ ସେପ୍ଟେମ୍ବର ୨୭ ତାରିଖରେସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥିଲା । ଉଭୟ ପେପର-I ଓ ପେପର-IIରେ ୭୫ ହଜାର ୪୦୩ ଜଣ ଶିକ୍ଷକଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ । ବୋର୍ଡ ୱେବସାଇଟwww.bseodisha.nic.inରେ ରେଜଲ୍ଟ ଉପଲବ୍ଧ ।
