ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ
ଖୁବ୍ଶୀଘ୍ର ଆସିବ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ। ସ୍ବତନ୍ତ୍ର ଆଇନ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା।ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ପ୍ରସ୍ତୁତ ସରିଛି । ‘ଡ୍ରାଫ୍ଟ ହୋଇଛି, ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଯିବ । ୨ଟି ପର୍ଯ୍ୟାୟରେ ବୈଠକ ସତ୍ତ୍ବେ ନିଷ୍କର୍ସ ବାହାରି ପାରିନଥିଲା । ଶେଷରେ ଟ୍ରଷ୍ଟବୋର୍ଡ ବୈଠକ ପରେ ସମାଧାନର ବାଟ ବାହାରିଥିଲା । ଏହାପରଠୁ ନୀତିକାନ୍ତି ସ୍ବାଭାବିକ ଭାବେ ଚାଲିଛି। ତେବେ ବାରମ୍ବାର ବିବାଦ ଉପୁଜୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଏକକ ସଦସ୍ୟ ବିଶିଷ୍ଟ କମିଶନ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ। ସୂଚନା ଅନୁଯାୟୀ ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ।
