୨୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା
୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା । ଘୋଷଣା ହେଲା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ । ୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ । ଅନୁଗୁଳର ଅଧ୍ୟକ୍ଷ ବଶିଷ୍ଠ ନାୟକ, ଉପାଧ୍ୟକ୍ଷ ହେଲେ ସୁରୁମୁଣି ଛତର, ବଲାଙ୍ଗିରର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଉପଧ୍ୟକ୍ଷ ହେଲେ ଜୟନ୍ତୀ ଭୋଇ । ସେହିପରି ବାଲେଶ୍ବର ଅଧ୍ୟକ୍ଷ ବିପିନ ମାରାଣ୍ଡି ଓ ଉପାଧ୍ୟକ୍ଷ ହେଲେ ଝରଣା ସିଂ । ବରଗଡ଼ର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ଓ ଉପାଧ୍ୟକ୍ଷ ହେଲେ ତିଳତ୍ତୋମା ଭୁଏ । ବୌଦ୍ଧର ଅଧ୍ୟକ୍ଷ ଡମ୍ବରୁଧର କହଁର ଓ ଉପାଧ୍ୟକ୍ଷ ହେଲେ ପ୍ରମିଳା କିଶାନ । ସେହିଭଳି ଦେବଗଡ଼ର ଅଧ୍ୟକ୍ଷ ହେଲେ ପ୍ରଶାନ୍ତ ବେହେରା ଏବଂ ଉପାଧ୍ୟକ୍ଷ ପ୍ରମିଳା କିଶାନ ହେଲେ ।
