ରାଜ୍ୟର ବିଭିନ୍ନ ସ୍ଥାନରୁ ୬୦ଟି ବସରେ ଆସିବେ ଶ୍ରଦ୍ଧାଳୁ
ପୁରୀକୁ ଚାଲିବ ଜଗନ୍ନାଥ ବସ୍ । ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନାର ସଫଳତା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀକୁ ଜଗନ୍ନାଥ ବସ୍ ଚାଲିବ । ପୁରୀରେ ସମସ୍ତ ପ୍ରକଳ୍ପର ସମୀକ୍ଷା ଓ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିବେ, ସେଥିପାଇଁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ଜିଲ୍ଲାରୁ ପୁରୀକୁ ଗଡ଼ିବ ୬୦ଟି ଜଗନ୍ନାଥ ବସ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ପୁରୀକୁ ବଢ଼ିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା । ଶ୍ରଦ୍ଧାଳୁଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖୁବ୍ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଜଗନ୍ନାଥ ବସ୍ ସେବା । ଲକ୍ଷ୍ମୀ ବସ୍ ଯୋଜନାର ସଫଳ ରୂପାୟନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୦ଟି ଜଗନ୍ନାଥ ବସ୍ ପୁରୀକୁ ଗଡ଼ିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ । ପରିକ୍ରମା ପ୍ରକଳ୍ପର ସମୀକ୍ଷା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର । ତେବେ ପରବର୍ତୀ ସମୟରେ ଏହି ବସ୍ ସେବାର ନାଁ ବଦଳାଇ ନନ୍ଦିଘୋଷ ରଖାଯାଇପାରେ ବୋଲି ସୂଚନା ମିଳିଛି ।
