ସମ୍ବାଦ ସମ୍ପାଦକ ପଦରୁ ସୌମ୍ୟଙ୍କ ଅବ୍ଯାହତି

ତନୟା ପଟ୍ଟନାୟକ ହେଲେ ‘ସମ୍ବାଦ’ର ନୂତନ ସଂପାଦକ

‘ସମ୍ବାଦ’ ସଂପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ବ୍ୟକ୍ତିଗତ କାରଣରୁ ସେ ଅବ୍ଯାହତି ନେଇଥିବା ସୂଚନା ଦେଇଛନ୍ତି । ତେବେ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ତନୟା ପଟ୍ଟନାୟକ ‘ସମ୍ବାଦ’ର ନୂତନ ସଂପାଦକ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୧୯୮୪ରେ ସମ୍ବାଦ ପ୍ରତିଷ୍ଠା ହେବା ଠାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ସମ୍ପାଦକ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ । ହଠାତ କାହିଁକି ସୌମ୍ଯରଞ୍ଜନ ପଟ୍ଟନାୟକ ଏହି ନିସ୍ପତି ନେଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛିଦିନ ତଳେ ନିଜ ସଂପାଦକୀୟ ପୃଷ୍ଠା ଆମ ଘର ହାଲ ଚାଲ ରେ ସଚିବଙ୍କ ଗସ୍ତକୁ ନେଇ କରିଥିବା ସମାଲୋଚନା ଫଳରେ ନିଜ ଦଳ ବିଜେଡିରୁ ବହିସ୍କୃତ ହୋଇ ଚର୍ଚ୍ଚାରେ ଥିଲେ ସୌମ୍ଯ। ଏବଂ ଏବେ ଅଧ୍ୟକ୍ଷ ପଦରୁ ଅବ୍ଯାହତି ନେବା ପରେ ସୌମ୍ୟଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।