ନେତା ନୁହେଁ ସାମ୍ବାଦିକ ହୋଇ 5Tକୁ ସୌମ୍ୟଙ୍କ କଟାକ୍ଷ !

5T ବନାମ ସୌମ୍ୟଙ୍କ 5M !

ଦଳରେ ରହି ମଧ୍ୟ ବେଳେ ବେଳେ ଦଳ ବିରୋଧୀ ମନ୍ତବ୍ୟ ଚର୍ଚ୍ଚାରେ ଥିବା ବରିଷ୍ଠ ନେତା ସୌମ୍ଯରଞ୍ଜନ ପଟ୍ଟନାୟକ । ଏବେ ପୁଣି ଏକ କଥା କହି ସିଧା ବାଣ ମାରିଛନ୍ତି ୫-ଟି ସଚିବଙ୍କୁ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି । ଏଥର ନେତା ନୁହେଁ ବରଂ ଜଣେ ସାମ୍ବାଦିକ ହିସାବରେ ନିଜ ସମ୍ପାଦକୀୟ ପୃଷ୍ଠାରେ ୫-ଟି ବନାମ ୫-ମ ଲେଖି ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ସିଧା କଟାକ୍ଷ କରିଛନ୍ତି ସୌମ୍ଯ । ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଦୋହରାଇ ଥିବା ଏଖିବାକୁ ମିଳିଛି ।

ଏକ ସଭାରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଶୁଣାଇବା ଘଟଣାକୁ ନେଇ ସେ ୫-ମ ପ୍ରସଙ୍ଗ ଉଠାଇଛନ୍ତି।ଏହି ୫-ମ ପ୍ରସଙ୍ଗ ହେଉଛି ମା, ମାଟି, ମାତୃଭାଷା, ମୋବାଇଲ ଓ ମଦ ମୁକ୍ତ ଓଡ଼ିଶାର ୫ଟି ‘ମ’ କଥାକୁ ସଚିବ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରିଥିବା ଲେଖିଛନ୍ତି ସୌମ୍ୟ। ଏହି କଥାକୁ ବିଭିନ୍ନ ରାଜନୈତିକ ମହଲରେ ବିରୋଧୀ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ତେବେ ନିର୍ବାଚନ ପୂର୍ବରୁ ସୌମ୍ୟଙ୍କ ବାରମ୍ବାର ବାଣ ନିଜକୁ ଆଗାମୀ ଦିନରେ ବିପଦରେ ପକାଇବନି ତ । କାରଣ ପୂର୍ବରୁ ମୁହଁ ଖୋଲି ଦଳରୁ ବହିଷ୍କାର ହେବ ବିଜେଡି ରେ କିଛି ନୂଆ କଥା ନୁହେଁ ।