ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା କଲେ ସୋମାଲିକା

ପୁଣି ହାଇକୋର୍ଟ ଗଲେ ସୋମାଲିକା

ପୁଣି ହାଇକୋର୍ଟ ଗଲେ ସୋମାଲିକା । ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା କଲେ ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା । ମାମଲାରେ ବିଧାୟକ ବିଜୟ ଶଙ୍କର ଦାଶ ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଜଗତସିଂହପୁର ଥାନାରେ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୁଲିସ ଠିକ୍ ଭାବରେ ତଦନ୍ତ କରୁନଥିବା ଦର୍ଶାଇ ସୋମାଲିକା ଏହି ମାମଲା କରିଛନ୍ତି ।