କାଲି ଓଡ଼ିଶା ଆସିବେ ଶାହ-ସ୍ମୃତି

କାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

କାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି ଇରାନୀ । ପ୍ରଥମେ ପାରାଦୀପ କୁଜଙ୍ଗଠାରେ ଯୋଗ ଦେଇ ସଭାକୁ ସମ୍ବୋଧିତ କରିବେ । ପରେ କେନ୍ଦ୍ରାପଡ଼ା ଆଳି ଏବଂ ରେମୁଣାରେ କରିବେ ନିର୍ବାଚନୀ ସଭା । ନିର୍ବାଚନୀ ପ୍ରଚାର କରି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ସେହିପରି କାଲି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ଆସିବେ । ୪ଟି ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ । ତେବେ ଗତକାଲି ଓଡ଼ିଶା ଗସ୍ତରେ ଆସି ୪ଟି ସ୍ଥାନରେ ପ୍ରଚାର କରିଥିଲେ ଶାହ ।