ପହଲଗାମ୍ ହାମ୍ଲା ଆତଙ୍କୀଙ୍କ ସ୍କେଚ୍ ଜାରି
ପହଲଗାମ୍ ହାମ୍ଲା ଆତଙ୍କୀଙ୍କ ସ୍କେଚ୍ ଜାରି । ସୁରକ୍ଷା ଏଜେନ୍ସି ପକ୍ଷରୁ ୩ ଜଣ ଆତଙ୍କୀଙ୍କ ସ୍କେଚ୍ ଜାରି । ଅସିଫ୍ ଫୋଜି, ସୁଲେମାନ୍ ଶା ଓ ଅବୁ ତଲ୍ଲାର ସ୍କେଚ୍ ଜାରି । ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ ଚଳାଇଥିବାବେଳେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ବୁଧବାର ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି)ରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ଅଟକାଇବାରେ ସଫଳ ହୋଇଛି। ପ୍ରାୟ ୨ରୁ ୩ଜଣ ୟୁଆଇ ଆତଙ୍କବାଦୀ ବାରାମୁଲ୍ଲା (ଉତ୍ତର କାଶ୍ମୀରର) ଉରି ନାଲାରେ ସାଧାରଣ ଅଞ୍ଚଳ ସରୋଜଭାନ ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେହି ଅନୁପ୍ରବେଶକାରୀଙ୍କୁ ଭାରତୀୟ ସେନା ଯବାନ ଅଟକାଇଥିଲେ ଏବଂ ସେମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ଫଳସ୍ୱରୂପ ସେମାନେ ସେନା ଉପରକୁ ଗୁଳି ଚାଳନା କରିଥିଲେ। ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଭାରତୀୟ ସେନାର ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅନୁପ୍ରବେଶ କରିବାକୁ ଉଦ୍ୟମ ଚଳାଇଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ଅପରେସନ୍ ଚାଲିଛି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
