ପୁଣି ୬କ୍ବିଣ୍ଟାଲ ବିସ୍ଫୋରକ ଓ ୧୧୫ଟି ଡିଟୋନେଟର ଜବତ
ଜୟପାଟଣା ଅଞ୍ଚଳରୁ ଜବତ ହେଲା ସାଢ଼େ ୬କ୍ବିଣ୍ଟାଲ ବିସ୍ଫୋରକ ଓ ୧୧୫ଟି ଡିଟୋନେଟର ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ୭ ରୁ ଅଧିକ କ୍ରସର ରହିଛି ।କ୍ରସର ମାଲିକ ମାନେ ସରକାରୀ ନିୟମ ଆଇନ କାନୁନ ଖାତିର ନାହିଁ। ଅନୁମତି ଠୁ ଅଧିକ ପଥର ଖୋଲି ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ପୁର୍ବରୁ ମଧ୍ୟ ବଡ ବଡ ଫାଇନ ପଡିଥିଲା ପଥର ଖଣି ମାଲିକ ମାନଙ୍କ ଉପରେ । ସ୍ଥାନୀୟ ଲୋକେ ଅସହ୍ୟ ଅବସ୍ଥାରେ ରହୁଥିଲେ,ଖଣି ବିଭାଗ ର ବିସ୍ପୋରକ ପାଇଁ ଅନୁମତି ନଥାଇ ଏ ଭଲି ବିସ୍ପୋରକ ବ୍ୟବହାର କରୁଥିଲେ। ପରିବେଶ ଆଉ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବିସ୍ପୋରକ ୧୦୦ ଊଋଇଖ ଈକ୍ଟକ୍ଟଗ୍ଦଗ୍ଧ ଉଊଇ, ଇକ୍ଟ୍ରରଙ୍ଘ ଉକ୍ଟକ୍ସୟ , ବିସ୍ପୋରକ ଓ ଡିଟୋନେଟର ୧୧୫ ଟି ଯାହା ପ୍ରତ୍ୟେକ ୭୫୦ ମିଟର ପ୍ରଭାବିତ ହୋଇଥାଏ। ଏହା ଲାଖବାହାଲି ପଥର ଖଣି ମାଲିକ ପାଖକୁ ଚାଲଣା ହେଉଥିଲା। ବିସ୍ପୋରକ ଯୋଗାଉଥିଲା କଳିଙ୍ଗ ଏଣ୍ଡ କୋ କମ୍ପାନୀ। ସମ୍ପୃକ୍ତ ଥିବା ଚାରିଜଣ କୁ ଗିରଫ କରିଛି ଜୟପାଟଣା ପୋଲିସ।
