ଖଲ୍ଲିକୋଟ ହିଂସାକାଣ୍ଡ, ହତ୍ୟାର ତଦନ୍ତ କରିବ ଏସଆଇଟି
ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା ଏସଆଇଟି । ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି । ସାଇଣ୍ଟିଫିକ୍, ଫୋରେନ୍ ସିକ୍ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବ । ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ । ଛତ୍ରପୁରରେ ଜଣେ ଏଡିଜି ରହି ଆଇନଶୃଙ୍ଖଳା ତଦାରଖ କରିବେ । ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରଠାରେ ରହି ଆଇନଶୃଙ୍ଖଳା ତଦାରଖ କରିବେ ବୋଲି ସୂଚନା ମିଳିଛି । ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଅଭିଯୋଗକୁ ୩୬ ଘଣ୍ଟା ବିତିଥିଲେ ମଧ୍ୟ ଏବେବି ସ୍ଥିତି ଉତ୍ତେଜନାମୂଳକ ରହିଛି ।