ଓଡ଼ିଶାରେ ସେପ୍ଟେମ୍ବର ମାସରୁ କାର୍ଯ୍ୟକାରୀ ହେବ ଭୋଟର ତାଲିକାର ଏସଆଇଆର

ଓଡ଼ିଶାରେ ସେପ୍ଟେମ୍ବର ମାସରୁ କାର୍ଯ୍ୟକାରୀ ହେବ ଭୋଟର ତାଲିକାର ଏସଆଇଆର

ଓଡ଼ିଶାରେ ଆସନ୍ତା ସେପ୍ଟେମ୍ବର ମାସରୁ କାର୍ଯ୍ୟକାରୀ ହେବ ଭୋଟର ତାଲିକାର ଏସଆଇଆର ବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ।  ବିହାରରେ ଏସଆଇଆର କାର୍ଯ୍ୟକାରୀକୁ ନେଇ ବିବାଦ ଲାଗି ରହିଥିବାବେଳେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।  ଏ ସମ୍ପକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ. ଗୋପାଳନ ।ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ଏସଆଇଆର କାର୍ଯ୍ୟକାରୀ ହେବାକୁ ଯାଉଛି ।  ଚଳିତବର୍ଷ ଯେଉଁ ଏସଆଇଆର କରାଯିବ ତାହାର ଚୂଡ଼ାନ୍ତ ଭେରିଫିକେସନ ଆଗାମୀ ବର୍ଷ ଜାନୁୟାରୀ ୭ ତାରିଖରେ ପ୍ରକାଶ ପାଇବ।  ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି, କଂଗ୍ରେସ, ବିଜେଡି ଏ ନେଇ କରିଥିବା ଆପତ୍ତି, ଅଭିଯୋଗର ଜବାବ ଦିଆଯାଇଛି।ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ବିଶ୍ଵସନିୟତାକୁ ଭାଙ୍ଗନ୍ତୁ ନାହିଁ। ରାଜ୍ୟରେ ବୁଥ ସଂଖ୍ୟା ବୃଦ୍ଧି କରାଯିବ। ଏବେ ୩୮ ହଜାର ବୁଥ ଥିବାବେଳେ ତାହାକୁ ୪୫ ହଜାର କରାଯିବ ବୋଲି ସେ କହିଛନ୍ତି ।ଓଡ଼ିଶାର ୭ ହଜାର ସମାନ ଏପିକ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ଦିଆଯାଇଛି । ଏଥିରୁ କେବଳ ୫ ହଜାର ଏପିକ ନମ୍ବର ବାଙ୍କୀରେ ଥିଲା। ଯାହାକି ଗୁଜୁରାଟ ସହ ମିଶୁଥିଲା । ସମୁଦାୟ ୭ ହଜାର ସମାନ ଏପିକ ନମ୍ବର ଥିବା ଭୋଟର କାର୍ଡ କର୍ଣ୍ଣାଟକ, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ମେଳ ଖାଉଥିଲା।ଏହି ଏପିକ ନମ୍ବର କେବଳ ଭୋଟ ପରିଚୟ ପତ୍ର ପାଇଁ ଦିଆଯାଇଛି। ଏପିକ ନମ୍ବର ସମାନ ରହିଲେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ କେବଳ ଭୋଟ୍ ଦେଇପାରିବେ ଭୋଟର। ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଛି ପ୍ରସ୍ତୁତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।